ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଯାଁଳା : ବୁଧବାର ରାତି ପ୍ରାୟ ନଅଟା ସମୟରେ ଷୋହଳ ନମ୍ବର ଜାତୀୟ ରାଜପଥ ଯାଁଳା ବଜାରର ହାଇସ୍କୁଲ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ବାଲିଅନ୍ତା ଥାନା ଅଞ୍ଚଳର ବାସୁଦେବ ଦାସଙ୍କ ପୁଅ ତାପସ (୩୨)। ମିଳିଥିବା ଖବର ଅନୁସାରେ ଆଜି ରାତି ପ୍ରାୟ ନଅଟା ସମୟରେ ତାପସ ନିଜ ମଟରସାଇକଲ ଯୋଗେ ଭୁବନେଶ୍ବରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ପଛପଟୁ ଏକ ଟ୍ରକ୍ ତାଙ୍କ ଉପରେ ମାଡିଯାଇଥିଲା ।ଫଳରେ ତାଙ୍କର ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଯାଁଳା ଫାଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Comments are closed.