‘ଇଣ୍ଡିଆନ ଟୁ’ ସୁଟିଂ ସେଟରେ ଦୁର୍ଘଟଣା – ୩ ମୃତ, ୧୦ରୁ ଅଧିକ ଆହତ

ସମାଜ ପୋର୍ଟାଲ ଡେସ୍କ: ଲୋକପ୍ରିୟ ଅଭିନେତା କମଲ ହାସନ ଅଭିନୀତ ଚଳଚ୍ଚିତ୍ର ‘ଇଣ୍ଡିଆନ ଟୁ’ ସୁଟିଂ ସେଟରେ ବୁଧବାର ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ଚଳଚିତ୍ରର ସୁଟିଂ କାର୍ଯ୍ୟ ଚେନ୍ନାଇ ନିକଟବର୍ତ୍ତୀ ଇଭିପି ଫିଲ୍ମ ସିଟିରେ ଚାଲିଥିବା ବେଳେ ହଠାତ ଏକ କ୍ରେନ ଭାଙ୍ଗିଯାଇଥିଲା ଓ ସେଥିରେ ଚାପି ହୋଇ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚଳଚିତ୍ରର ସହକାରୀ ନିର୍ଦ୍ଦେଶକ କ୍ରିଷ୍ଣା, ନିର୍ଦ୍ଦେଶକ ଶଙ୍କରଙ୍କ ବ୍ୟକ୍ତିଗତ ସହାୟକ ମଧୁ ଓ ଅନ୍ୟ ଜଣେ କର୍ମଚାରୀ ଚନ୍ଦ୍ରନ ଅଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିନେତା କମଲ ହାସନ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି।

ଇତି ମଧ୍ୟରେ ମାମଲା ରୁଜ୍ଜୁ ସହ ପୁଲିସ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.