ବେଆଇନ କୋଇଲା ଖଣିରେ ପାଣି ପଶିବାରୁ ୧୩ ଶ୍ରମିକଙ୍କର ମୃତ୍ୟୁ

0

ଶିଲଂ . – ମେଘାଳୟରେ ଥିବା  ବେଆଇନ କୋଇଲା ଖଣିରେ  ପାଣି ପଶି ଯିବାରୁ ୧୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମେଘାଳୟର ପୂର୍ବରେ ଥିବା ଜଇନ୍ତିଆ ପାହାଡିଆ ଜିଲା ଅଞ୍ଚଳରେ ଏହି ଘଟଣା ଘଟିଛି । ଏବେ ଏହି ଖଣିରୁ ଜଳ ନିଷ୍କାସନ କରାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି  ରହିଛି। ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମେଘାଳୟରେ ଥିବା ବେଆଇନ କୋଇଲା ଖଣିରେ ବାରମ୍ବାର ଏହି ଘଟଣା ଘଟୁଛି । ଏହି ଖଣି ମାଲିକଙ୍କ ନାମରେ ପୁଲିସ ଏକ ମାମଲା ରୁଜୁ କରିଛି । ଜାତୀୟ ଶବୁଜ ପ୍ରାଧିକରଣ ମେଘାଳୟରେ ଏହି  ବେଆଇନ କୋଇଲା ଖଣିମାନଙ୍କୁ ନିଷେଧ ଘୋଷଣା କରିଛନ୍ତି । ଏପରି ଖଣିକୁ ଖନନକୁ ବିରୋଧ କରି ଅଗ୍ନିସ୍‌ ଖାରସିଙ୍ଗ ନାମକ ସାମାଜିକ କର୍ମୀ ଆକ୍ରମଣର ଶିକାର ହୋଇଥିଲେ ।

Leave A Reply