ଗୁଜରାଟ ମର୍ମନ୍ତୁଦ ଦୁର୍ଘଟଣା ; ରାସ୍ତାକଡରେ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ ; ୧୩ ମୃତ

ଗୁଜରାଟ : ଗୁଜରାଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୁରଟର କୋସମ୍ବା ଗ୍ରାମର କିମ ରାସ୍ତାରେ ଏକ ଟ୍ରକ ରାସ୍ତାକଡ଼ (ଫୁଟପାଥ)ରେ ଶୋଇଥିବା ୧୮ ଜଣଙ୍କ ଉପରେ ମାଡି ଓଲଟି ଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ ମୃତକମାନେ ସଭିଏଁ ଶ୍ରମିକ ଓ ସେମାନେ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡ଼ିଛି। ଘଟଣାସ୍ଥଳ ସୁରତ ଠାରୁ ୬୦ କିଲୋମିଟର ଦୂର।
ଦୁର୍ଘଟଣାପରେ ଶ୍ରମିକମାନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୁରତ କିମ-ମାଣ୍ଡବି ରାସ୍ତାରେ ବିଳମ୍ବିତ ରାତି ୧୨ଟାରେ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକଟି ପ୍ରଥମେ ଏକ ଟ୍ରାକ୍ଟରକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାକଡରେ ଶୋଇଥିବା ଲୋକଙ୍କ ଉପରେ ମାଡି ଓଲଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।

Comments are closed.