ହାଇୱାକୁ ଧକ୍କା ଦେଲା କାର; ଜଣେ ମୃତ, ୩ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅଁଳାବେରେଣୀ ରାସ୍ତା ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ହାଇୱାକୁ କାର ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ମହିଳା ବୋଲି ଜଣାପଡ଼ିଛି। ଗୁରୁତର ଆହତଙ୍କୁ ଢେଙ୍କାନାଳ ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଗତକାଲି ରାତିରେ ଉକ୍ତ ମହିଳା ଜଣଙ୍କ ନିଜ ପରିବାର ଲୋକଙ୍କ ସହ ଏକ କାର ଯୋଗେ ଭୁବନେଶ୍ୱରରୁ ବଣାଇ ଯାଉଥିଲେ। ସେହି ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱାକୁ କାରଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Comments are closed.