ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଓଲଟିଲା ଟ୍ରକ୍, ଜଣେ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବରରୁ-ପୁରୀ ଜାତୀୟ ରାଜପଥସ୍ଥିତ ଧଉଳି ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ୧୪ ଚକିଆ ରାବିସ ଟ୍ରକ ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ରାସ୍ତା ତଳକୁ ଓଲଟି ପଡ଼ିଛି। ଏଥିରେ ଟ୍ରକ ହେଲପର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ଆହତ ହେଲପର ହେଲେ ସନାତନ ରାଉତ।

Comments are closed.