ଡେପୁଟି କଲେକ୍ଟରଙ୍କ କାର ଧକ୍କାରେ ଯୁବକ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ପୁରୁଣାକଟକ ନିକଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ରଙ୍କ କାର ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଡେପୁଟି କଲେକ୍ଟର ଶ୍ରୀ ମହାପାତ୍ର ଆଜି ସକାଳ ୧୦ଟା ସମୟରେ ଗାଡି ନଂ ଓଡି୦୨ଏସ୧୦୫୫ ଯୋଗେ ଭୁବନେଶ୍ୱରରୁ ବୌଦ୍ଧ ଫେରୁଥିବା ସମୟରେ ପୁରୁଣାକଟକ ନିକଟରେ ବଜାର କରି ଘରକୁ ଫେରୁଥିବା ସାଲକଟା ଗ୍ରାମର ଅଭିଳାଷ ମହାଲିକ(୧୭)ନାମକ ଜଣେ ଯୁବକଙ୍କୁ କାର ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Comments are closed.