ମର୍ମନ୍ତୁଦ ସଡକ ଦୁର୍ଘଟଣା ; କେନାଲକୁ କାର ଖସି ୩ ମୃତ

କଟକ : କଟକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ତେଲେଙ୍ଗାପେଣ୍ଠ ରାସ୍ତାକଡ଼ କେନାଲକୁ ଏକ କାର ଖସି ଯାଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଦୁର୍ଘଟଣାର କାରଣ ମଧ୍ୟ ସଠିକ ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୁଲିସ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

 

Comments are closed.