ଢିମିରିପଲ୍ଲି ଛକରେ ଦୁର୍ଘଟଣା ; ଜଣେ ମୃତ , ଜଣେ ଗୁରୁତର

ଭଞ୍ଜନଗର : ଗଞ୍ଜାମ ଜିଲା ଭଞ୍ଜନଗର – ବେଲଗୁଣ୍ଠା ରାସ୍ତାର ବଡନଦୀ ପୋଲରୁ ଏକ ବାଇକ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ରବିବାର ଜଣାପଡ଼ିଛି।
ସୂଚନା ଯୋଗ୍ୟ , ଶନିବାର ଅପରାହ୍ନରେ ଭଞ୍ଜନଗର ଠାରୁ ମାତ୍ର ୩ କି.ମି ଦୂର ପ୍ରାୟ ୩ଟା ସମୟରେ ଭଂଜନଗର-ବେଲଗୁଣ୍ଠା ରାସ୍ତାର ବଡନଦୀ ପୋଲରୁ ସଂର୍ଷ କରି ରହିଥିବା ଆପ୍ରୋଚ ରାସ୍ତାର ଡାହାଣ ପଟ  କାନ୍ଥକୁ ବାଇକ ପିଟି ହୋଇ ପ୍ରାୟ ୬୦ ଫୁଟ ତଳେ କଚାଡି ହୋଇ ଜଣେ ଯୁବକର ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହାତ ହୋଇଛି। ମୃତ ଯୁବକ ଜଣକ ନିକଟସ୍ଥ ପାଟୁଳିସାହି ଗ୍ରାମର ୨୫ ବର୍ଷର ଯୁବକ ଗୌରୀ ଶଙ୍କର ସ୍ୱାଇଁ ବୋଲି ଜଣାପଡିଛି। ଆହତ ଯୁବକର ଘର ହୁମ୍ମା ବ୍ଳକ ଅନ୍ତର୍ଗତ କଳାଯମୁନା ଗ୍ରାମର ପ୍ରାୟ ୨୪ ବର୍ଷର ଯୁବକ ତ୍ରୀପତି ମାଳି ବୋଲି ଜଣାପଡିଛି। ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା। ଉଭୟ ଯୁବକ ଗୋଟିଏ ବାଇକରେ ଭଂଜନଗର ରାସ୍ତାରେ ନିଜ ଗ୍ରାମ ପାଟୁଳିସାହି ଅଭିମୁଖେ ଆସୁଥିବା ଭୁଲବଶତଃ ସମାନ୍ୟ ଆଗକୁ ଚାଲି ଯାଇ ହଠାତ୍‍ ପଛକୁ ଗାଡି ବୁଲାଇବା କ୍ଷଣି ଡାହାଣ ପଟ କାନ୍ଥକୁ ପ୍ରଚଣ୍ଡ ବେଗରେ ପିଟି ହୋଇ ଯାଇଥିଲା। ଗାଡିର ବେଗ ଏତେ ପ୍ରଖର ଥିଲା ଯେ ବାଇକଟି କାନ୍ଥରେ ପିଟି ହୋଇ ଉଭୟ ଯୁବକ ଚଳଚିତ୍ର ଢାଞ୍ଚାରେ ପ୍ରାୟ ୨୦ ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡିଥିଲେ। କାନ୍ଥକୁ ଧକ୍କା ଦେଇ ଉଭୟ ଯୁବକ କ୍ଷୀପ୍ର ଗତିରେ ଉପରକୁ ଉଠିବା ବେଳେ ପାର୍ଶରେ ଥିବା ଏକ କକୋପଇ ଗଛରେ ପଟି ହୋଇ ଗଛର ଲକ ଡାଳ ଉଡି ଯାଇଥିଲା। ଉଭୟ ଯୁବକ ୨୦ ଫୁଟ ଉପରକୁ ଉଠି ୬୦ ଫୁଟ ତଳେ ଥିବା ଏକ କେନାଲର ସିମେଣ୍ଟ କଂକ୍ରିଟି କାନ୍ଥ ଉପରେ କଚାଡି ହୋଇ ପଡିଥିଲେ।
ଗୌରୀଶଙ୍କରର ଶରୀରର ବିଭିନ୍ନ ସ୍ଥାନାରେ ପ୍ରବଳ ଆଘାତ ଲାଗି ମୁଣ୍ଡଟି ପଥରେ ଛେଚି ହୋଇ ଅତ୍ୟନ୍ତ ବିବର୍ଣ୍ଣ ହୋଇ ଯାଇଥିଲା। ଘଟଣା ସ୍ଥଳରେ ଏହି ଯୁବକଟିର ପ୍ରାଣବାୟୁ ଉଡି ଯାଇଥିଲା। ଗୌରୀର ମୁହଁଟି  ଛତୁପରି ବିବର୍ଣ୍ଣ ହୋଇ ପଡିଥିବାରୁ ସ୍ଥାନୀୟ ଲୋକେ ତଥା ନିଜ ନିଜ ଗ୍ରାମବାସୀ ହଠାତ୍‍ ଚିହ୍ନି ପାରି ନ ଥିଲେ। ତ୍ରୀପତି ସଂଘାତିକ ଅବସ୍ଥାରେ ସେଠି ପଡି ଛଟପଟ ହୋଇଥିଲା। ଅନ୍ୟପକ୍ଷରେ ବାଇକଟି ଚାଲୁ ଥିବା ଅବସ୍ଥାରେ କାନ୍ଥରେ ପିଟି ହେବା କ୍ଷଣି ଉଭୟ ଯୁବକ କାନ୍ଥ ଅତିକାନ୍ତ କରି ଉପରକୁ ଉଠି ତଳେ କଚାଡି ହୋଇ ପଡିବା ବେଳେ ବାଇକଟି କାନ୍ଥ ଏପରି ରହି ପ୍ରାୟ ୫୦ ଫୁଟ ପାର୍ଶ୍ୟ ତଳକୁ ଉଡିଯାଇଥିଲା। ବାଇକର ପ୍ରଚଣ୍ଡ ଗତିରେ ଧକ୍କା ଦେଇ ରାସ୍ତା ପାର୍ଶରେ ପୋତା ହୋଇଥିବା ୨ଟି ପିଲର ଉଡି ଯାଇଥିଲା। ଚାହୁଁ ଚାହୁଁ ଘଟଣାସ୍ଥଳରେ ଲୋକାରଣ୍ୟ ହୋଇ ପଡିଥିଲା।
୧୦୮ ଆମ୍ଭୁଲାନ୍ସ ସହାୟତାରେ ଗୌରୀଶଙ୍କର ଓ ଆହାତ ତ୍ରୀପତିଙ୍କୁ ଭଂଜନଗର ଉପଖଣ୍ଡିୟ ସରକାରୀ ହସ୍ପିଟାଲକୁ  ଅଣାଯାଇଥିଲା। ତ୍ରୀପତି ଏଠାରେ ଚେତାଶୂନ୍ୟ ଅବସ୍ଥାରେ ଆଶୁ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଲିସ୍‍ ଘଟଣାସ୍ଥଳରେ ପହଁଚି ତଦନ୍ତ  ଆରମ୍ଭ କରିଥିଲା। ମୃତ ଗୌରୀଶଙ୍କରର ପିତାମାତା, ଦାଦା ଖୁଡି, ଭାଇ, ଭଗିନୀ, ଭିଣୋଇ ଓ ଞାତିକୁଟୁମ୍ବଙ୍କ କାରୁଣ୍ୟ କ୍ରନ୍ଦନରେ ହସ୍ପିଟାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବାପାମଆ ଓ ଭଉଣୀର ହୃଦଫଟା କ୍ରନ୍ଦନରେ ବାରମ୍ବାର ମଥା ମାଟିରେ ପିଟି ଚେତାଶୂନ୍ୟ ହୋଇ ଯାଉଥିଲେ। ଏକମାତ୍ର ଯୁବକ ପୁଅର ମୃତ ଘଟଣାରେ ଆଦୌ କୋହ ସମ୍ଭରଣ କରି ପାରୁ ନ ଥିଲେ ପିତାମାତା।  ଗୌରୀଶଙ୍କର ହେଉଛି ଭଂଜନଗର ମେନ୍‍ ରୋଡରେ ପରିବା ବ୍ୟବସାୟ କରୁଥିବା ପାଟୁଳିସାହି ଗ୍ରାମର ବିପ୍ର ସ୍ୱାଇଁଙ୍କ ପୁଅ। ଏହି ଗ୍ରାମର ପୂର୍ବତନ ବ୍ଳକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ରୁଣ୍ଡ ହୋଇ ଅଶ୍ରୁ ପ୍ଳାବିତ ନେତ୍ରରେ ଶୋକାକୂଳ ପରିବାରକୁ ଗ୍ରାମକୁ ନେଇ ଯାଇଥିଲେ।
ସୂଚନା ଯୋଗ୍ୟ ଯେ ମୃତ ଗୌରୀଶଙ୍କର ଓ ଆହାତ ତ୍ରୀପତି ଉଭୟ ବ୍ରହ୍ମପୁର କନିଷି ଅଞ୍ଚଳର ଉଭୟ ମିଶି କୌଣସି କାମ କରୁଥିଲେ। ତେବେ, ଉଭୟ ସାଂଗ ମିଶି ଦୀପାବଳି ଅବସରରେ ଗୌରୀଶଙ୍କରର ଘରକୁ ବୁଲି ଆସି ଆଜି ପ୍ରଥମେ ଭଂଜନଗର ନିକଟସ୍ଥ ଲାଲସିଂ ଗ୍ରାମରେ ରହୁଥିବା ଭଉଣୀ ଘରକୁ ବୁଲି ଯାଇଥିଲେ। ଭଉଣୀ ଘରୁ ସାନକୋଦଣ୍ଡାରେ ରହୁଥିବା ମାମୁଁ ଘରକୁ ବୁଲି ଯାଇ ନିଜ ଗାଁକୁ ଫେରି ଆସିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

Comments are closed.