ରାଜଧାନୀର ମେଣ୍ଢାଶାଳ ଛକରେ ଏକାଧିକ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ, ୪ ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ଆଜି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଭୁବନେଶ୍ୱରର ଉପକଣ୍ଠରେ ମେଣ୍ଢାଶାଳ ଛକରେ ଏକ ପଥର ବୋଝେଇ ଟ୍ରକ ଏକାଧିକ ଦୋକାନ ଉପରକୁ ମାଡ଼ି ଯାଇ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମେଣ୍ଢାଶାଳ ନିକଟବର୍ତ୍ତୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗାଡ଼ି ଭିତରରେ ଥିବା ଚାଳକ ଓ ହେଲପରକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Comments are closed.