ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ କାର ଦୁର୍ଘଟଣାଗ୍ରସ୍ତ,୧ ମୃତ

ପିପିଲି: ଭୁବନେଶ୍ବର – ପୁରୀ ଜାତୀୟ ରାଜପଥ ର କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜ ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ଥ ହୋଇ ରାସ୍ତାକଡ଼ ନୟନଜୋରି ମଧ୍ୟରେ ପଶିଯାଇଛି l ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି l ବର୍ତ୍ତମାନ ସୁଦ୍ଧା କାରଟି କେଉଁ ଅଞ୍ଚଳର ଏବଂ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ରାସ୍ତା କଡରେ ଥିବା ଏକ ବ୍ରିଜରେ କାରଟି କୌଣସି କାରଣରୁ ମାଡ ହୋଇ ଖାଲ ମଧ୍ୟକୁ ପଶିଯାଇଥିଲା l
କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି l ଖବର ପାଇ ପିପିଲିରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ସୂଚନା ମିଳିଛି l ରାତି ପ୍ରାୟ ସାଢେ ୨ ଟାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି l କାର ମଧ୍ୟରେ ଅନ୍ୟ ଦୁଇ ଜଣ ଥିବାର ଆହତ ବ୍ୟକ୍ତି ଙ୍କ ଠାରୁ ସୂଚନା ପାଇ ଦମକଳ କର୍ମଚାରୀ ଓ ସ୍ଥାନୀୟ ଲୋକେ ଖୋଜା ଖୋଜି କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ଠାବ କରାଯାଇ ପାରିନାହିଁ l

Comments are closed.