ଶଗଡକୁ ଧକ୍କା ଦେଲା ହାଇୱା ; ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

୩ ଜଣ ଗୁରୁତର ; ୬ ବଳଦ ମୃତ

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ ଅଞ୍ଚଳରେ ଭଇଁଷା କଲେଜ ଛକରେ ଗୁରୁବାର ଭୋର ୫.୩୦ରେ ଏକ ହାଇୱା ୪ଟି ଶଗଡକୁ ଧକ୍କା ଦେଇଛି। ଏଥିରେ ୩ ଜଣ ଗୁରୁତର ହେବା ସହ ୬ଟି ବଳଦଙ୍କର ମୃତ୍ୟୁ ହୋଇଛି।
ସୂଚନା ଯୋଗ୍ୟ ; ପାଟଣାଗଡ ଭଇଁଷା ଗାଁରୁ କୁଶନିଧି ସାହୁ, ବିଲୁ ଭୁଏ, ଶେଷଦେବ ପଟେଲ, ଲବ ନେଟି ୪ଟି ଶଗଡରେ ଧୁବଲପଡାକୁ ପାଳ ଆଣିବାକୁ ଯାଉଥିଲେ। ରାସ୍ତାର ବାଁ ପଟେ ଶଗଡ ଯାଉଥିବା ବେଳେ ସାମ୍ନା ପଟୁ ହାଇୱା ଆସୁଥିଲା। ହାଇୱା ଚାଳକର ଭୁଲ ଚାଳନା ଯୋଗୁଁ ୪ଟି ଶଗଡକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୬ଟି ବଳଦଙ୍କର ମୃତ୍ୟୁ ହୋଇଥିଲା। ଶଗଡରେ ବସିଥିବା ଲବ ନଟିଙ୍କୁ ଛାଡି ଅନ୍ୟ ୩ଜଣ ଗୁରୁତର ହୋଇଥିଲେ। ଆହତଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି। ଅନ୍ୟପଟେ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ପରେ ଭଇଁଷା କଲେଜ ଛକରେ ହାଇୱା ଛାଡି ଚାଳକ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବା ଜଣାପଡ଼ିଛି। ରାସ୍ତାରୋକ ଯୋଗୁଁ ପାଟଣାଗଡ -ବଲାଙ୍ଗିର ରାସ୍ତାରେ ବହୁ ୪ଚକିଆ ଗାଡି ଅଟକି ରହିଛି।

Comments are closed.