ଅଜଣା ଗାଡି ଧକ୍କାରେ ଡମ୍ପର ମାଲିକଙ୍କ ମୃତ୍ୟୁ

ବଲାଣି : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଠାରେ ବୁଧବାର ଭୋର ସମୟରେ ଘଟିଛି ଏହି ଦୁଃଖଦଘଟଣା ।  ଏକ ଅଜଣା ଗାଡି ଧକ୍କାରେ ଡ଼ମ୍ଫର ମାଲିକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଠାରେ ଏକ ଡ଼ମ୍ପର ଖରାପ ହୋଇ ପଡ଼ିଥିବା ବେଳେ ଉକ୍ତ ଡ଼ମ୍ପରର ମାଲିକ ଗାଡି ନିକଟରେ ଛିଡା ହୋଇଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ମାଲିକର ମୃତ୍ୟୁ ଘଟିଛି । ଗାଡିର ମାଲିକ ଭଦ୍ରାସାହିର ସୁରେଶ ଧଳ ଖରାପ ହୋଇଥିବା ଡମ୍ପରକୁ ଗାଡିକୁ ମରାମତି କରିବା ପାଇଁ ମିସ୍ତ୍ରୀ ଆଣି ଆସିଥିଲେ।  ଗାଡ଼ିଟିକୁ ମରାମତି କରିବା ସମୟରେ ସେ ଟ୍ରଚଲାଇଟ ଧରି ଗାଡି ମରାମତି କରୁଥିବା ମିସ୍ତ୍ରୀକୁ ଲାଇଟ ଦେଖାଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା ଫଳରେ ମିସ୍ତ୍ରୀ ସାମାନ୍ୟ ଆହତ ହୋଇଥିବାବଳେ ମାଲିକ ଗୁରୁତର ଆହତ ହୋଇ ଥିଲେ । ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଗାଡି ମାଲିକ ଧଳଙ୍କ ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ସୂଚନା ପାଇ ବଡବିଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।

Comments are closed.