ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ, ୫ଗୁରୁତର

ଅନୁଗୋଳ : ଜାତୀୟ ରାଜପଥ ୫୫ ର ଅନୁଗୋଳ ଜିଲ୍ଲାର ଗୁରୁଣ୍ଡୁ ଠାରେ ଗତ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବୋଲେରୋକୁ ନାଇଟକୋଚ୍ ବସ ଧକ୍କା ଦେଇଛି । ଯେଉଁଥିରେ ୪ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି ।

ସୂଚନା ଅନୁସାରେ ରାଇପୁରରୁ ଡ୍ରାଇଭର ସହ ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକ ବୋଲେରୋରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ । ତେବେ ରାତି ପ୍ରାୟ ୨ ଟା ବେଳେ ଜାତୀୟ ରାଜପଥ ୫୫ର ଗୁରୁଣ୍ଡୁ ଠାରେ ଭୁବନେଶ୍ଵରରୁ ଇବ ଅଭିମୁଖେ ଯାଉଥିବା ସୁଶୀଲ ନାମକ ନାଇଟକୋଚ୍ ବସ ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବୋଲେରୋରେ ଥିବା ଡ୍ରାଇଭର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ରହିଛି । ସ୍ଥାନୀୟ ଲୋକ ଓ ପୋଲିସ ଖବର ପାଇ ଘଟଣା ସ୍ଥଳରୁ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।  ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ମୁତାହତ ମାନେ ଗୋଟିଏ ପରିବାର ହୋଇଥିବା ସୂଚନା ମିଳିଛି । ଖବର ପାଇ ଜିଲ୍ଲା ପ୍ରଶାସନ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତ ମାନଙ୍କ ଅବସ୍ଥା ପଚାରି ବୁଝିଛି ।

Comments are closed.