ଟାୟାର ଫାଟି ଓଲଟିଲା ବସ ୩ ମୃତ ; ୧୨ରୁ ଅଧିକ ଆହତ

ଅଲୀଗଡ: ଉତ୍ତରପ୍ରଦେଶର ଅଲୀଗଡ ଜିଲାର ଥାନା ଅନ୍ତର୍ଗତ ଟପ୍ପଲ ଅଞ୍ଚଳରେ ୟମୁନା ଏକ୍ସପ୍ରେସ ରାସ୍ତାରେ ଶନିବାର ଭୋର ୫ଟା୩୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଏକ ଘରୋଇ ବସର ଟାୟାର ଫାଟିଯିବାରୁ ଭାରସାସ୍ୟ ହରାଇ ତାହା ଓଲଟି ପଡ଼ିବାରୁ ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାସହ ୧୨ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଜେବର ଅଞ୍ଚଳରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେକ ଗୁରୁତରଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଣାପଡିଛି। ଖବର ପାଇ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ବସରେ ପ୍ରାୟ ୪୦ ରୁ ୫୦ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ବସଟି କାନପୁରରୁ ଦିଲ୍ଲୀ ଯାଉଥିଲା।

Comments are closed.