ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୭ ମୃତ

ମଥୁରା : ଆଗ୍ରା-ଦିଲ୍ଲୀ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ନେଇ ବୁଧବାର ଖବର ମିଳିଛି। ଟ୍ୟାଙ୍କର ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲି ଯାଇଛି। ଏହି ଦୁର୍ଘଟଣା ୟମୁନା ଏକ୍ସପ୍ରେସୱେରେ ନୌହଝୀଲ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ କାରରେ ଥିବା ଏକ ଦମ୍ପତି, ତାଙ୍କ ପୁଅ, ୨ ସମ୍ପର୍କୀୟ, କାର ଚାଳକର ମୃତ୍ୟୁ ହୋଇଥିବା ନେଇ ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି।
ସୂଚନା ଯୋଗ୍ୟ ; ଗତକାଲି ବିଳମ୍ବିତ ରାତି ୧୧ଟା ସମୟରେ ନୋଏଡାରୁ ଆସୁଥିବା ଟ୍ୟାଙ୍କରର ଏକ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତାର ଆରପାଖକୁ ଓଲଟି ପଡିଥିଲା। ସେହି ସମୟରେ ଆଗ୍ରା ପଟୁ ଆସୁଥିବା ଏକ କାର ସହ ଟ୍ୟାଙ୍କର ଖୁବ ଜୋରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କାରର ବହୁ ଅଂଶ ଟ୍ୟାଙ୍କର ମଧ୍ୟ ଥିବାରୁ ମେସିନ ଦ୍ୱାରା କାରକୁ ଅଂଶକୁ କାଟି ମୃତଦେହ ଉଦ୍ଧାର କରାଯାଇଥିଲା। କାରରେ ଥିବା ଯାତ୍ରୀମାନେ ଆଗ୍ରାରୁ ଦିଲ୍ଲୀ ଆଡକୁ ଆସୁଥିଲେ।

Comments are closed.