ପିକ୍ଅପ୍ ଭ୍ୟାନ ଓଲଟି ଡ଼୍ରାଇଭର ମୃତ

ରେଙ୍ଗାଲି କ୍ୟାମ୍ପ :  ଅତାବିରା ବ୍ଲକ ରେଙ୍ଗାଲି କ୍ୟାମ୍ପ ଏଚ୍.ପି ପେଟ୍ରୋଲ ପମ୍ପ ଆଗରେ ଜାତୀୟ ରାଜପଥରେ  ଏକ ପିକ ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଡ଼୍ରାଇଭରର ମୃତ୍ୟୁ ଘଟିଥିଲା।  ଖବର ପାଇ ଅତାବିରା ପୁଲିସ ପହଞ୍ଚି ତଦନ୍ତ କରିବାରୁ ଡ଼୍ରାଇଭର ଜଣକ ବରଗଡ଼ ଖଜୁର ଟିକ୍ରାର ନରେଶ ଦେହେରି (୩୦)ବୋଲି ଜଣାପଡିଥିଲା। ତେଣୁ ଅତାବିରା ପୋଲିସ  ଶବ ବ୍ୟବଚ୍ଛେଦ ପାଇଁ ବରଗଡ ଡାକ୍ତରଖାନାକୁ ପଠାଇଥିଲା। ଏ ଘଟଣାକୁ ନେଇ ଅତାବିରା ଥାନାରେ ଏକ  ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

Comments are closed.