ବାଇକ୍ ଧକ୍କାରେ ହରିଣ ମୃତ 

କେଶଦୁରାପାଳ : ବାଇକ୍ ଧକ୍କାରେ ଗୋଟିଏ ହରିଣର ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ପୁରୁଣାବାନ୍ଧଗୋଡା ଗାଁ ନିକଟରେ ଦାନ୍ତିଆ ଗାଁର ଶିଶିର ସ୍ବାଇଁ ଏକ ହରିଣକୁ ଧକ୍କା ହେବାରୁ ଘଟଣାସ୍ଥଳରେ ହରିଣର ମୃତ୍ୟୁ ହେବା ସହ ସେ ଗୁରୁତର ହୋଇଥିଲେ । ସୂଚନା ଅନୁଯାୟୀ, ଶିଶିର କଳିଙ୍ଗନଗରସ୍ଥିତ ନିଜ କାର୍ୟ୍ୟାଳୟକୁ ଭୋର୍ ସମୟରେ ଯାଉଥିବା ବେଳେ, ପୁରୁଣାବାନ୍ଧଗୋଡା ନିକଟରେ ହଠାତ ହରିଣ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହରିଣର ମୃତ୍ୟୁ ଘଟିଥିଲା ।

Comments are closed.