ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ପଦ୍ମପୁର ନିକଟସ୍ଥ ମହୁଲପାଲି ଗ୍ରାମର ବରିଷ୍ଠ ଶିକ୍ଷକ ଶ୍ରୀ ପରମାନନ୍ଦ ରଣା(୫୩)ଙ୍କ ଦୁର୍ଘଟଣାରେ ଆକସ୍ମିକ ମୃତ୍ୟୁ ଘଟିଛି। ଗତ ସୋମବାର ଦିନ ସକାଳେ ନିଜ ଗାଁରୁ ବାଇକରେ ପଦ୍ମପୁର ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଯୁବକଙ୍କ ସହାୟତାରେ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରବର୍ତ୍ତୀ ସମୟରେ ବୁର୍ଲା ଡ଼ାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ଚେତାଶୂନ୍ୟ ଅବସ୍ଥାରେ ରହିଥିଲେ। ଅବସ୍ଥାରେ ଉନ୍ନତି ନହେବାରୁ ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ଘରକୁ ଫେରାଇ ଆଣିବାକୁ ପରାମର୍ଶ ଦେଇଥିଲେ। ଗତ ବୁଧବାର ସନ୍ଧ୍ୟା ୭ଟାରେ ନିଜ ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିଲା। ଶ୍ରୀ ରଣା ନିକଟସ୍ଥ ଚକାଖଲିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ପତ୍ନୀ ଦମୟନ୍ତୀ ରଣା ଏବଂ ଦୁଇ ପୁଅ ଶଙ୍କର ପ୍ରସାଦ ଓ ଠାକୁର ପ୍ରସାଦ ଉପସ୍ଥିତ ଥିଲେ। ବଡ଼ ପୁଅ ଠାକୁର ପ୍ରସାଦ ମୁଖାଗ୍ନୀ ଦେଇଥିଲେ। ନିଜ ପ୍ରିୟ ଶିକ୍ଷକଙ୍କ ବିୟୋଗରେ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.