ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ, ଗ୍ୟାସ୍ ପାଇପ୍ ଲିକ୍ ହୋଇ ୩ ଗୁରୁତର

ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗୁରୁବାର ସକାଳେ ଏକ ଅଘଟଣ ଘଟିଛି । ଆଜି ସକାଳ ପ୍ରାୟ ୭ ଟା ସମୟରେ ଷ୍ଟିଲ୍ ପ୍ଲାଣ୍ଟର କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ( ସିପିପି )ରେ ଗ୍ୟାସ ଲିକ୍  ହୋଇଥିଲା । ଗ୍ୟାସ୍ ଲିକ୍ ହେବା ଫଳରେ ୩ ଜଣ କର୍ମଚାରୀ ଏଥିରେ ଗୁରୁତର ହୋଇପଡିଥିଲେ ।

ସୂଚନାଅନୁସାରେ ଷ୍ଟିଲ୍ ପ୍ଲାଣ୍ଟର ବ୍ଲାଷ୍ଟଫର୍ଣ୍ଣେସ୍ ନିକଟରେ ଥିବା କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ( ସିପିପି -୧)ରେ ପ୍ରାୟ ୬୦ଜଣ କର୍ମଚାରୀ କାମ କରୁଥିବା ବେଳେ ହଠାତ କୌଣସି କାରଣବସତଃ ପାଇପରୁ ଗ୍ୟାସ୍ ଲିକ୍ ହୋଇଥିଲା । ଗ୍ୟାସ୍ ଲିକ୍ ହେବାଫଳରେ ଏଠାରେ କାମ କରୁଥିବା ବରିଷ୍ଠ ପରିଚାଳକ ଏମ୍ ଏ ହସନ୍, କର୍ମଚାରୀ ସୌରଭ ସିହ୍ନା ଓ ବରିଷ୍ଠ ଟେକନିସିଆନ୍ ପବିତ୍ର ମୋହନ ସାହୁ ବେହୋସ ହୋଇଯାଇଥିଲେ ।  ୩ ଜଣ ବରିଷ୍ଠ କର୍ମଚାରୀ ବେହୋସ ହେବା ଏବଂ ଗ୍ୟାସ୍ ଲିକ୍ ହେବା ଦେଖି ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ସେଠାରୁ ଭୟରେ ପଳାଇ ଯାଇଥିଲେ ।

ଏହାପରେ ଏହି ଗ୍ୟାସ୍ ଲିକ୍ କାରଣରୁ ବେହୋସ ହୋଇପଡିଥିବା ୩ ଜଣ କର୍ମଚାରୀଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଦୁର୍ଘଟଣା କିପରି ହେଲା ଏହାର ତଦନ୍ତ କରିବା ପାଇଁ ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହିଞ୍ଚିଥିବା ବେଳେ ଏହି ଘଟଣାକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି

Comments are closed.