ଲୁହାବଗାରେ ସଡ଼କ ଦୁର୍ଘଟଣା, ୪ ଆହତ

0

ଲଖନପୁର : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ କନକତୋରା ପଞ୍ଚାୟତର ଲୁହାବଗା ଗ୍ରାମ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ତିନିଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଜଣକ ହେଲେ ବିଜୟ ୟାଦବ (୨୧) । ଘଟଣା ପରେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ସଦର ଡାକ୍ତରଖାନାକୁ ନିଆଯାଇଛି । ସୁଚନା ମୁତାବକ ଛତିଶଗଡ ରାୟଗଡ ଜିଲ୍ଲା ଲୁଇଙ୍ଗ ଗ୍ରାମର ଘନଶ୍ୟାମ ୟାଦବ(୨୮), ସୁରେନ ୟାଦବ(୨୧) ଓ ବିଜୟ ୟାଦବ(୨୧) ସିଜି- ୧୩- ଏନ ୩୮୨୭ ବାଇକରେ ଚାନ୍ଟିପାଲିରୁ କନକତୋରା ପଟକୁ ଆସୁଥିଲେ । ଲୁହାବଗା ଗ୍ରାମ ନିକଟତର ବିପରୀତ ଦିଗରୁ ନମ୍ବର ବିହୀନ ଏକ ନୂଆ ବାଇକରେ ଛତିଶଗଡ ରାୟଗଡ ଜିଲ୍ଲା ଲରା ଗ୍ରାମର ଶ୍ରୀମଦ ପରେଶ (୪୦) ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ପ୍ରତାପ ରଣା ଓ କନକତୋରା ଫାଣ୍ଡି ଅଧିକାରୀ ଚୂଡାମଣି ମହାନନ୍ଦ ଘଟଣା ସ୍ଥଳକୁ ପହଞ୍ଚି ଦୁର୍ଘଟନା ଗ୍ରସ୍ତ ଉଭୟ ବାଇକକୁ ଜବତ କରି ତଦନ୍ତ କରିଥିବା ଜଣାପଡ଼ିଛି ।

Leave A Reply