ଧକ୍କା ଖାଇ ଦୋକାନ ଉପରକୁ ଓଲଟିଲା ବସ୍, ୧୨ଆହତ

0

କେନ୍ଦୁଝର: ୪୯ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଅଞ୍ଜର ନିକଟରେ ଏକ ବସ ଦୁର୍ଘଟଣାଗ୍ରସ୍ତ ଘଟିଛି । ପ୍ରଥମ ଏକ ଟ୍ରକ୍ ବସଟିକୁ ଧକ୍କା ଦେବା ପରେ ବସଟି ନିକଟରେ ଥିବା ଦୋକାନ ଉପରକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ବସରେ ଥିବା ୧୦ ଜଣ ଯାତ୍ରୀଙ୍କ ସମେତ ୧୨ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରଶେଖର ନାମକ ଏକ ଘରୋଇ ବସ କେନ୍ଦୁଝରରୁ ଭରତପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Leave A Reply