ଭାରସାମ୍ୟ ହରାଇ ଗଛରେ ପିଟିହେଲା ଭ୍ୟାନ; ହେଲପର ମୃତ

କାଶୀପୁର: ରାୟଗଡା ଜିଲା କାଶୀପୁର ଥାନା ଅନ୍ତର୍ଗତ ବନ୍ଦମାଣ୍ଡୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଭ୍ୟାନ ଗଛରେ ପିଟିହେବା ଫଳରେ ଭ୍ୟାନରେ ଥିବା ହେଲପର ସଚିନ ନାଏକ(୧୮)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାଇ ଭ୍ୟାନ (ଓଆର ୧୮ ଏ ୭୭୪୮) କାଶୀପୁର ଅଭିମୁଖେ ଫେରୁଥିବା ସମୟରେ ବନ୍ଦମାଣ୍ଡୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଏନେଇ କାଶୀପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।

Comments are closed.