ସଡକ ଦୁର୍ଘଟଣାରେ ୪ ଜଣ ଗୁରୁତର

0

ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ମହକୁମା ସ୍ଥିତ ସାରଗାଁ ନିକଟରେ ଏକ ଭୟାନକ ସଡକ ଦୁର୍ଘଟଣା ହୋଇଛି। ସାରଗାଁ ନିକଟରେ ଥିବା ଏକ ଢାବା ପାଖରେ ହୋଇଥିବା ଏହି ଦୁର୍ଘଟଣାରେ ଚାରିଜଣ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଚାରିଜଣ ହେଲେ ଅଜୁ ସିଂହ(୨୪), ଟିପୁ ସିଂହ(୨୩), ସିବୁ ସିଂହ(୬୦), ଓ ବୁଲେଟ ସିଂହ(୨୩)। ସମସ୍ତ ଆହତ ମାନଙ୍କୁ ବାଲେଶ୍ୱର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତେ ବାଇକ ଯୋଗେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

Leave A Reply