ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର

0

ଅନୁଗୋଳ : ଅନୁଗୋଳ ୫୫ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତ୍ବର ହୋଇଛନ୍ତି। ଅନୁଗୋଳ ଜରପଡା ଥାନା ତୁକୁଡ଼ା ନିକଟରେ ଏକ ଟ୍ରକ ବାଇକକୁ ଧକା ଦେବାଫଳରେ ଘଟଣା ସ୍ଥଳରେ ବାଇକଚାଳକଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ବାଇକଚାଳକ ଗୁରୁତ୍ବର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ପରିଚୟ ମିଳିପାରିନାହିଁ । ଏହାବ୍ୟତୀତ ଅନୁଗୋଳ ଥାନା ତୁରଙ୍ଗ ମଙ୍ଗୁତରାମ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ଓ ବାଇକ ମୁହାଁମୁହିଁ ଧକା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ମୃତ ।

Leave A Reply