ବ୍ରିଜ୍ ତଳକୁ ଓଲଟି ପଡିଲା ବସ୍, ୩୨ ଆହତ

0

ବିଷମକଟକ: ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ସାହାଡା ନିକଟସ୍ଥ ଅନ୍ଧାରୀନଳା ବ୍ରିଜ୍ ତଳକୁ ବସ୍ ଓଲଟି ପଡିଛି। ଆଜି ସକାଳ ପ୍ରାୟ ସାଢେ ୯ରୁ ୧୦ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ବସଟି ଭାରସ୍ୟାମ ହରାଇ ପ୍ରାୟ ୨୦ ଫୁଟ୍ ଜଳକୁ ଖସି ପଡିଛି। ବସରେ ୫୦ରୁ ୬୦ ଜଣ ଯାତ୍ରୀ ରହିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ୍ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply