ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ଡାକ୍ତରଙ୍କ ସମେତ ୩ ମୃତ

0

କଟକ: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସିଟି ହସ୍ପିଟାଲର ଡାକ୍ତର ପରେଶ ମହାପାତ୍ରଙ୍କ ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କାରରେ ଫେରୁଥିବା ବେଳେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବନ୍ଦାଳ ନିକଟରେ ଥୁଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଥିଲେ । ଫଳରେ ଡାକ୍ତର ପରେଶ ମହାପାତ୍ରଙ୍କ ସମେତ ପାଥୋଲାବ ମାଲିକ ସାମନ୍ତ ଏବଂ କାର୍ ଡ୍ରାଇଭର ଦେବଦତ୍ତ ବିଶ୍ୱାଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସେମାନେ ଭୋଗରାଇରୁ ଭୋଜି ଖାଇ କଟକ ଫେରୁଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକଟିର ଏଯାବତ୍ କୌଣସି ପତ୍ତା ମିଳିନାହିଁ । ଡାକ୍ତର ପରେଶ ମହାପାତ୍ରଙ୍କ ପୈତୃକ ଘର ବାଲେଶ୍ବର ଜିଲା ସୋର ମ୍ୟୁନିସପାଲଟି ଅନ୍ତର୍ଗତ ରାୟପୁର ଅଞ୍ଚଳରେ ବୋଲି ଜଣାପଡିଛି । କିନ୍ତୁ ସେ କଟକରେ ରହୁଥିଲେ ।

Leave A Reply