ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

0

କଟକ: ହାଇୱା ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଶୁକ୍ରବାର ଭୋର ୫.୧୫ସମୟରେ ଏନଏଚ-୧୬ରେ ଯାଉଥିବା ଏକ ହାଇୱା ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ପିଟିଦେଇଥିଲା। ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଥିଲା। ହାଇୱାଟିର ବେଗ ଏପରି ଥିଲା ଯେ ବାଇକ ଚାଳକଙ୍କୁ ଧକ୍କା ଦେବା ପରେ ରାସ୍ତାରେ ଯାଉଥିବା ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଗୁରୁତର ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ଉଦ୍ଧାର କରିବା ସହ ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ହାଇୱା ଡ୍ରାଇଭରକୁ ପୁଲିସ ଗିରଫ କରିଛି। ମୃତକଙ୍କ ପରିଚୟ ମିଳି ନଥିବା ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply