ବାଇକ ଦୁର୍ଘଟଣାରେ ଚାଳକ ମୃତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ କରଡାକୋଠା ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ବାଣିଗୋଛା ଥାନା ହନୁମତ ଗ୍ରାମର ବାପି ମହାକୁଡ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଯୋଗେ ବୌଦ୍ଧରୁ ନିଜ ଗାଁକୁ ଯାଉଥିବା ସମୟରେ କରଡାକୋଠା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା। ଏଥିରେ ବାଇକ ଚାଳକ ବାପି ମହାକୁଡଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ଛାନଭିନ କରିବା ସହ ଶବକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଏ.ଏସ.ଆଇ ପରେଶ ସଡଙ୍ଗୀ ସୂଚନା ଦେଇଛନ୍ତି।

Comments are closed.