ଟ୍ରକ, ପିକଅପ୍ ମୁଁହାମୁଁହିଁ  ଧକ୍କା, ଚାଳକ  ଗୁରୁତର

ହରଭଙ୍ଗା :  ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ରାମ୍ଭିକଟା-ହରେକୃଷ୍ଣପୁର ରାସ୍ତା ମଝିରେ ଶନିବାର ଏକ ସିମେଣ୍ଟ ବୋଝେଇ ଟ୍ରକ ଓ ପିକଅପ  ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପିକଅପ୍ ଚାଳକ ଗୁରୁତର ଆହତ ହୋଇ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି।ଆହତ ଜଣକ  କଟକ ଜିଲ୍ଲା ନୂଆପାଟଣା ଅଞ୍ଚଳର ସୂର୍ଯ୍ୟକାନ୍ତ ନାଏକ  ବୋଲି ଜଣାପଡିଛି। ସିମେଣ୍ଟ ବୋଝେଇ ଟ୍ରକଟି ଝାରସୁଗୁଡ଼ାରୁ ବାଙ୍କୀ ଅଭିମୁଖେ ଯାଉଥିଲା ବେଳେ ପିକଅପଟି ଚାରିଛକ ପଟୁ ବୌଦ୍ଧ ଆଡକୁ ଯାଉଥିବା ବେଳେ ରାମ୍ଭିକଟା-ହରେକୃଷ୍ଣପୁର ରାସ୍ତା ମଝିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ପିକଅପ୍ ଚାଳକ ସୂର୍ଯ୍ୟକାନ୍ତ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଗୁରୁତରଙ୍କ ପ୍ରାଥମିକ ଚିକିତ୍ସା କରି ବୌଦ୍ଧ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ବୌଦ୍ଧ ପୁଲିସ ଘଟଣାର ତଦନ୍ତ ଚଳେଇଛି  l

Comments are closed.