ଦୁଇ ବାଇକ ମୁହାଁମୁହିଁ ଧକ୍କା, ୫ ଆହତ

ମୋହନା :  ଗଜପତି ଜିଲ୍ଲା ରା. ଉଦୟଗିରି ଥାନା ଅନ୍ତର୍ଗତ ଅବାରସିଙ୍ଗି ଗ୍ରାମ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ଦୁଇ ବାଇକରେ ଆହାତ ମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯିବା ପରେ ନିଜ ନିଜ ଘରକୁ ଫେରିଛନ୍ତି । ଆହତ ମାନେ ହେଲେ ରା.ଉଦୟଗିରି ଥାନା ଅନ୍ତର୍ଗତ ବେତାରସିଙ୍ଗ ଗ୍ରାମର ଦିବ୍ୟଜ୍ୟୋତି ବେହେରା (୧୭), ପ୍ରିୟଙ୍କା ବେହେରା(୧୮), ଉଦ୍ଧବ ବେହେରା(୪୬),  ଅନୁଗୁରୁ ଗ୍ରାମର ମୋଜେସ ମଣ୍ଡଳ(୨୮) ଓ କୋଇନୋ ଗମାଙ୍ଗ (୧୮) ବୋଲି ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡାକ୍ତର ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।

Comments are closed.