କଦରପଲ୍ଲୀ ଛକରେ ଅଟୋ ଓଲଟି ଡ୍ରାଇଭର ସମେତ ଜଣେ ଆହତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ କଦରପଲ୍ଲୀ ଛକଠାରେ ରବିବାର  କିଛି ଶ୍ରମିକ ଶ୍ରେଣୀର ଲୋକଙ୍କୁ ନେଇ ଆରୁଆପଲ୍ଲୀ ଯାଉଥିବା ସମୟରେ ଏକ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ଅଟୋ ଡ୍ରାଇଭର ସମେତ ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ଅଟୋ ଡ୍ରାଇଭର ଜଣଙ୍କ ଜିତୁ ଦାସ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଜଣାପଡିନାହିଁ । ଗଞ୍ଜୁ ରୁ ଏକ ଅଟୋ ୪ ମହିଳା ଓ ଦୁଇ ପୁରୁଷ ଶ୍ରମିକଙ୍କୁ ନେଇ ଆରୁଆପଲ୍ଲୀ ଫେରୁଥିବା ସମୟରେ କଦରପଲ୍ଲୀ ବୁଲାଣି ଛକ ଠାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଅଟୋ ଡ୍ରାଇଭର ଜିତୁ ଓ ଜଣେ ଶ୍ରମିକ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଆହାତ  ଦ୍ବୟଙ୍କୁ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହ ଗୋପାଳପୁର ଥାନକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଅଟୋକୁ ଥାନାରେ ରଖିଥିବା ବେଳେ ଦୁର୍ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ କରାଯାଇନଥିବା ଆଇଆଇସି ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।

Comments are closed.