ବାଇକ୍ ଦୁର୍ଘଟଣାରେ ଜଙ୍ଗଲ ସଫାରୀ ଚାଳକଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅମଲିପାଲି ପଞ୍ଚାୟତ ଡାହାରୁପଡ଼ାର ସୁଶାନ୍ତ କୁମାର ବାରୁଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୁଶାନ୍ତ ଗତ ତିନି ମାସ ହେଲା ଜିରୋ ପଏଣ୍ଟ ଡେବ୍ରିଗଡ ଅଭୟାରଣ୍ୟରେ ଜଙ୍ଗଲ ସଫାରୀ ଗାଡ଼ି ଚାଲକ ଭାବେ କାମ କରୁଥିଲେ । ଗତ ରାତିରେ ସେ କାମ ସାରି ସେ ତାଙ୍କ ବାଇକ୍ ନଂ ଓଡି ୧୭ ଏକ୍ସ ୪୫୩୪ ରେ ଘରକୁ ଫେରୁଥିବା ବେଳେ ଅମଲିପାଲି ବ୍ରିଜରୁ ମାତ୍ର ୨୦୦ ମିଟର ଦୂରରେ ଏକ ଅଜଣା ଗାଡ଼ି ଦେହରେ ଧକ୍କା ହୋଇ ଛିଟିକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ସୁଶାନ୍ତଙ୍କୁ ଦେଖି ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ଗାଆଁରେ ଆଜି ତାଙ୍କର ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି । ତାଙ୍କର ବିୟୋଗରେ ପାରିବାର ଭାଙ୍ଗି ପଡିଛନ୍ତି । ଅଞ୍ଚଳରେ ଶିକାର ଛାୟା ଖେଳିଯାଇଛି ।

Comments are closed.