ସଡକ ଦୁର୍ଘଟଣା,ଜଣେ ମୃତ ଓ ଜଣେ ଗୁରୁତର

ବାଙ୍କୀ : ସୋମବାର ଦିନ ଅପରାହ୍ନରେ ବାଙ୍କୀ ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର-ବ୍ରହ୍ମପୁରା ଚକ ଠାରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଖବର ପାଇ ଆମ୍ବୁଲାନ୍ସ ଯୋଗେ ୨ ଗୁରୁତରଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଡାକ୍ତରଖାନାକୁ ଅଣା ଯାଇଥିଲା। ଡାକ୍ତର ସେଠାରେ ଘନଶ୍ୟାମ ଦେହୁରୀ(୪୫,ଗ୍ରାମ-ରଣପୁର)ଙ୍କୁ ମୃତ୍ୟୁ ଘୋଷଣା କରିଥିଲା ବେଳେ ଯୁବକ ସଂଜିତ ରଣା(୩୦)ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବାଙ୍କୀ ପୋଲିସ ଦୁର୍ଘଟଣା ସ୍ଥଳରୁ ଟାଟା ୪୦୭ ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସମ୍ପର୍କରେ ଥାନା ଅଧିକାରୀ ସୈାମେନ୍ଦୁ ତ୍ରିପାଠୀଙ୍କ ଠାରୁ ସୂଚନା ମିଳିଛି।

Comments are closed.