ଦୁର୍ଘଟଣାରେ ଚାଳକ ଆହତ, ବର୍ତିଲେ ଦୁଇ ବାଇକ ଆରୋହୀ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ଅଧିନ ଡମଣା ଛକ ନିକଟ ରାସ୍ତା ମଝି ଡିଭାଇଡରରେ ପିଟି ଲଟକି ରହିଥିଲା। ଘଟଣାସ୍ଥଳରେ କାର ଚାଳକ ଆହତ ହୋଇଥିଲା ବେଳେ ଡମଣାରୁ ପଟିଆ ଯାଉଥିବା ଦୁଇ ଜଣ ବାଇକ ଆରୋହୀ ଅଳ୍ପକେ ଦୁର୍ଘଟଣାରୁ ବର୍ତି ଯାଇଥିଲେ। ସୂଚନା ଅନୁଯାୟୀ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ରହୁଥିବା କାର ଚାଳକ କାଂହୁ ଚରଣ ଦାସ ପଟିଆ ଛକରୁ ଡମଣା ଆଡକୁ ଯାଉଥିଲେ। ବେପରୁଆ ମଦ୍ୟପ କାର ଚାଳକ ନିଜର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ଉପରେ ଚଢ଼ି ଝୁଲି ଅଟକି ରହିଥିଲା । ଘଟଣାସ୍ଥଳରେ ରାସ୍ତା ଦୁଇ ପାର୍ଶ୍ଵ ସ୍ଥାନୀୟ ଲୋକଙ୍କ ଭିଡ଼ ହେତୁ ଦିର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଲାଗିଥିଲା। ଖବର ପାଇ ପିସିଆର ପରେ ସ୍ଥାନୀୟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ସହିତ ଆହତ ଚାଳକ କାଂହୁଙ୍କୁ ନିକଟସ୍ତ ଘରୋଇ ଚିକିତ୍ସାଳୟକୁ ନେବା ସହ କାରକୁ ଜବତ କରି ଥାନାକୁ ନେଇଥିଲା।

Comments are closed.