ବୃଦ୍ଧଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି, ଘଟଣା ସ୍ଥଳରେ ଉତ୍ତେଜନା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ  ଅନ୍ତର୍ଗତ ରେଙ୍ଗାଳବେଡା ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ତୁରୁମୁଙ୍ଗାରୁ କେନ୍ଦୁଝର ଆଡ଼କୁ ଯାଉଥିବା ଏକ ଅଜଣା ଗାଡ଼ି ଜଣେ ବୃଦ୍ଧଙ୍କ ଉପରେ ଚଢି ଯିବାରୁ ବୃଦ୍ଧଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ତେବେ ଏହି ଉର୍ଦ୍ଧ୍ବ ବୃଦ୍ଧ ଜଣଙ୍କର ସଠିକ ପରିଚୟ ମିଳିପାରି ନଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ତୁରୁମୁଙ୍ଗା ଆରକ୍ଷୀ ଅତିରିକ୍ତ ଉପ ନିରୀକ୍ଷକ ଭରତ ଚନ୍ଦ୍ର ନାଏକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Comments are closed.