ମଦ ବୋଝେଇ ଟ୍ରକ ଧକ୍କାରେ ବୃଦ୍ଧ ଗୁରୁତର

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବଜାର ନିକଟସ୍ଥ ସରକାରୀ ହାଇସ୍କୁଲ ନିକଟରେ ଏକ ମଦ ବୋଝେଇ ଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି। ଅଡବା ଗ୍ରାମର ବିଷ୍ଣୁ ଗୌଡ (୬୫) ସୋମବାର ସକାଳ ପ୍ରାୟ ୭ଟାରେ ଘରୁ ବଜାରକୁ ଚା ପିଇବାକୁ ଆସୁଥିଲେ। ବ୍ରହ୍ମପୁର ପଟୁ ଦୃତ ବେଗରେ ଏକ ମଦ ବୋଝେଇ ଟ୍ରକ ନଂ (ଓଡି ୧୬ବି୮୩୭୯) ରାୟଗଡା ଯାଉଥିବା ବେଳେ ଜାତୀୟ ରାଜପଥ-୩୨୬ ସ୍ଥାନୀୟ ସରକାରୀ ହାଇସ୍କୁଲ ନିକଟରେ ବୃଦ୍ଧଙ୍କୁ ପଛପଟରୁ ଧକ୍କା ଦେଇ ଦୃତ ବେଗରେ ଚାଲି ଯାଇଥିଲା। ଏହା ଦେଖି ଗ୍ରାମର କିଛି ଯୁବକ ବାଇକରେ ଟ୍ରକକୁ ପିଛା କରି କାବୁ କରି ଥାନାରେ ଜିମା ଦେଇଥିଲେ। ବୁଦ୍ଧଙ୍କର ମୁଣ୍ଡ, ଛାତି ଓ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିଲା। ସେ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ତ୍ରିଶୂଳ ସେନାପତି କହିଛନ୍ତି।

Comments are closed.