ସଡକ ଦୁର୍ଘଟଣାରେ ୧, ମୃତ ୧ ଆହତ

ରେଙ୍ଗାଲି : ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟରାଜପଥର ପଣ୍ଡଲୋଇ ନିକଟରେ ଆଜି ରାତିରେ ସମ୍ବଲପୁରରେ ଏକ ସଡକ ଦୁର୍ଘଟଣା ଘଟିଛି। ଜଣେ ବାଇକ୍ ଆରୋହୀର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯୁବକକୁ ଉଦ୍ଧାର କରି  ଆମ୍ବୁଲାନ୍ସ ରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଥିବାର ଜଣାପଡିଛି । ଏହାବ୍ୟତୀତ ଘଟଣା ସ୍ଥଳରେ ମୃତ୍ୟୁଘଟିଥିବା ଯୁବକର ଶବ ଜବତ କରି ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଥିବାର ପ୍ରକାଶ । ମୃତ ଏବଂ ଆହତ ଯୁବକ ଙ୍କ ପରିଚୟ ଜଣାପଡି ନାହିଁ।
ସୁଚନାରୁ ପ୍ରକାଶ ଯେ ଦୁଇ ଜଣ ଯୁବକ ଏକ ବାଇକରେ ଝାରସୁଗୁଡ଼ା ପଟରୁ ସମ୍ବଲପୁର ଆଡକୁ ଆସୁଥିବା ବେଳେ ପଣ୍ଡଲୋଇ ନିକଟରେ ରାସ୍ତା କଡରେ ଠିଆ ହୋଇ ଥିବା ଏକ ଟ୍ରକ୍ ସହ ବାଇକ୍ ଧକ୍କା ଦେଇଥିଲା।

Comments are closed.