ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ବାରିପଦା ବୁଢାମରାର ବେଣୁଧର ଗୋଛାୟତ ବୋଲି ଜଣାପଡ଼ିଛି । ସେ ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଆଲ କୋର୍ପୋରେସନରେ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଥିଲେ । ଆଜି ସକାଳୁ ସେ ବାଇକ୍ ଯୋଗେ ଯାଉଥିବା ବେଳେ ଖିରେଇଟାଙ୍ଗିରୀ ନିକଟରେ ତାଙ୍କ ବାଇକକୁ ଏକ ଅଜଣା ଟ୍ରକ ଧକ୍କା ଦେଇ ତାଙ୍କ ଗୋଡ଼ ଉପରେ ଟ୍ରକ ଚଢି ଯାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଫେରାର ଟ୍ରକକୁ ଧରିବା ପାଇଁ ଛାନଭିନ୍ ଜାରି ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ଟାଉନ ଥାନା ପୋଲିସ କେନ୍ଦୁଝରରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତଗତ କରିଛନ୍ତି ।

Comments are closed.