ଶ୍ୟାମ୍ ମେଟାଲିକ୍ସରେ ଦୁର୍ଘଟଣା; କାର୍ଯ୍ୟରତ କର୍ମଚାରୀଙ୍କ ହାତ କଟିଗଲା

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇଠାରେ ଥିବା ଶ୍ୟାମ୍ ମେଟାଲିକ୍ସ କାରଖାନାରେ ଗତ ରାତିରେ ଏକ ଦୁର୍ଘଟଣା ଘଟି ଜନୈକ ବେଲ୍ଟ ଅପରେଟରଙ୍କ ଡାହାଣ ହାତ କଟିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କମ୍ପାନୀର ଆମ୍ବୁଲାନ୍ସରେ ନିଆଯାଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଆହତ କର୍ମଚାରୀଙ୍କ ପରିଚୟ ଜଣାପଡ଼ିନାହିଁ । ତେବେ ଆହତର ଡାକ ନାମ ଯଦୁ ବୋଲି କୁହାଯାଉଛି।

Comments
Loading...