ସ୍କୁଟିକୁ ପିଟିଲା ଟ୍ରକ, ୨ ଯୁବକ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ନିକଟରେ ଗୋଟିଏ ସ୍କୁଟିକୁ କେନ୍ଦୁଝର ଆଡ଼କୁ ଯାଉଥିବା ଏକ ବାର ଚକିଆ ଟ୍ରକ ଧକ୍କା ଦେବାରୁ ସ୍କୁଟିରେ ଥିବା ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଦୁଇଜଣ ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ କୁଣ୍ଡଳା ସୁରେନ୍ଦ୍ର ମହାରଣାଙ୍କ ପୁଅ ମିଥୁନ ମହାରଣା (୩୫) ଓ ନୃସିଂହ ନାଏକଙ୍କ ପୁଅ ବାସୁ ନାଏକ (୨୦) ବୋଲି ଜଣାପଡିଛି । ଦୁଇ ଗୁରୁତରଙ୍କୁ ଘଟଣାସ୍ଥଳରୁ ୧୦୮ରେ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତୁରୁମୁଙ୍ଗା ଥାନା ଆରକ୍ଷୀ ଉପ ନିରିକ୍ଷକ ସୁଶାନ୍ତ ମଣି ମହାନ୍ତି ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରି ଥାନାକୁ ଆଣିଥିବା ଥାନାଧିକାରୀ ବୈଦ୍ୟନାଥ ସାହୁଙ୍କଠୁ ପ୍ରକାଶ।

Comments are closed.