ଟ୍ରକ୍‍ ଦୁର୍ଘଟଣାରେ ଝିଅ ମୃତ, ମାଆ ଗୁରୁତର

ବାଲେଶ୍ୱର: ଖନ୍ତାପଡା ଥାନା ତୁଣ୍ଡୁରା ପଞ୍ଚାୟତ ଖଡୁପହି ବାରୁଣୀ ମେଳା ଦେଖିବାକୁ ଯାଇ ଶୁକ୍ରବାର ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକା ଝିଅର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକା ରସାଲପୁର ପଂଚାୟତର ବସନ୍ତ ସ୍ବାଇଁଙ୍କ ଝିଅ ବୋଲି ଜଣାପଡ଼ିଛି। ଖନ୍ତାପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.