୨ ଟ୍ରକ୍ ସାମ୍ନାସାମ୍ନି ଧକ୍କା, ୨ ଆହତ

ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟସ୍ଥ ତୋଷାଳୀ ସିମେଣ୍ଟ କାରଖାନା ସାମ୍ନାରେ ମଙ୍ଗଳବାର ଅପରାହ୍ଣରେ  ୨ଟି ଟ୍ରକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଟ୍ରକ୍ର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଟିପିଏମ୍ ଫାଣ୍ଡୀ ଅଧିକାରୀ ମାନସ କୁମାର ମହାରଣା ଆହତ ଡ୍ରଇଭରଦ୍ୱୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାରନାକୁ ପଠାଇଛନ୍ତି । ଦୁର୍ଘଟଣା ଘଟିବା ପରେ ରାଜରାସ୍ତାରେ ଦୀର୍ଘ ସମୟ ଧରି ଯାନ ବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପୁଲିସ ଚୌଦ୍ୱାର ପଟୁ ଯାଉଥିବା ଗାଡ଼ି ଗୁଡ଼ିକୁ  ଧୂମାବତୀ ଛକରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଛାଡ଼ିବା ସହିତ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଦୁଇଟିକୁ ହଟାଇବା ପରେ ସଂଧ୍ୟା ବେଳକୁ ଗାଡ଼ି ଚଳାଚଳ ସ୍ୱାଭାବିକ୍ ହୋଇଥିଲା।

Comments are closed.