ହେଲ୍ପରଙ୍କ ଗୋଡ଼ରେ ଚଢିଗଲା ବସ୍‌

ବାଲେଶ୍ଵର: ବାଲେଶ୍ଵର ବସଷ୍ଟାଣ୍ଡରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘଟଣା ଅନୁସାରେ ବାଲେଶ୍ଵର ବସଷ୍ଟାଣ୍ଡରୁ ଆଖଣ୍ଡଳମଣି ଅଭିମୁଖେ ଯାଉଥିବା ସୀତାରାମ ନାମକ ବସର ଚକ ନିଜ ହେଲ୍ପର ଗୋଡ଼ ଉପରେ ଚଢ଼ି ଯିବାରୁ ହେଲ୍ପରଙ୍କ ଦୁଇ ଗୋଡରେ ଅଗଭୀର ଆଘାତ ଲାଗିଛି। ଫଳରେ ଗୁରୁତର ଅବସ୍ଥାରେ ବାଲେଶ୍ଵର ବସଷ୍ଟାଣ୍ଡରୁ ହେଲପର ଜଣଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସା ଜାରୀ ରହିଛି। ବସ୍ ଷ୍ଟାଣ୍ଡରେ ଗାଡ଼ିକୁ ସାଇଡ କରିଥିବା ବେଳେ କୌଣସି କାରଣରୁ ହେଉ ଅବା ଅନ୍ୟମନସ୍କଭାବେ ହେଉ ହେଲ୍ପର ଜଣକ ବସ୍ ଆଗ ଚକା ତଳେ ଫସି ଯାଇଥିଲେ, ଫଳରେ ଦୁଇ ଗୋଡ ଉପରେ ବସଟି ମାଡି ଯାଇଥିଲା।

Comments are closed.