ଓଲଟିଲା ଡଷ୍ଟ ବୋଝେଇ ହାଇୱା, ଡ୍ରାଇଭର ଗୁରୁତର

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ରୋହିଣୀବାଙ୍କ ନିକଟରେ ଏକ ଡଷ୍ଟ ବୋଝେଇ ହାଇୱା ରାସ୍ତାରେ ଓଲଟିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡି ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଘଟଣାରୁ ଜଣାଯାଏ ଯେ, ଚାରିଛକ ପଟୁ ଏକ ଡଷ୍ଟ ବୋଝେଇ ହାଇୱା ଦଶପଲ୍ଲା ଆଡକୁ ଯାଉଥିଲା। ଏହି ସମୟରେ ବଦଲା ନିକଟସ୍ଥ ରୋହିଣୀବାଙ୍କ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା। ଫଳରେ ଗାଡି ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆଡେଣିଗଡ ପୁଲିସ ଘଟଣାର ତଦନ୍ତ ଜାରିରଖିଛି।

Comments are closed.