ବସ୍‍-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

କଟକ: କଟକ ସ୍ଥିତ ଗତିରାଉତପାଟଣା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‍-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ବସ୍‍ଟି ଜଗତସିଂହପୁର ଯାଉଥିଲା। ଗତିରାଉତପାଟଣା ନିକଟରେ ଏକ ଅଟୋ ବିପରୀତ ପଟୁ ବସକୁ ଧକ୍କା ଦେଇଥିଲା।

 

Comments are closed.