ବସ୍‍-ଟ୍ରକ୍‍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର

ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟସ୍ଥ ଦେବୀନଗର ଗଡ଼ା ନିକଟରେ ଏକ ବସ୍‍ ଓ ଏକ ଟ୍ରକ୍‍ ମୁହାଁମୁହିିଁ  ଧକ୍କାହେବା ଫଳରେ ବସ୍‍ର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଏକ ବରଯାତ୍ରୀ ବସ୍‍ ବାଲେଶ୍ୱରରୁ ଆସି ଅନୁଗୋଳରେ ବରଯାତ୍ରୀଙ୍କୁ ଛାଡ଼ିଦେଇ କଟକ ଅଭିମୁଖେ ଫେରୁଥିବାବେଳେ ଦେବୀନଗର ଗଡ଼ା ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‍ ସହିତ ଧକ୍କା ହୋଇଥିଲା। ଫଳରେ ବସ୍‍ର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଖବରପାଇ ଟିପିଏମ୍‍ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ପଠାଇବା ସହିତ ଉଭୟ ଗାଡ଼ିକୁ ଜବତକରି ଥାନାକୁ ଆଣିଛନ୍ତି।

Comments are closed.