ଦୁର୍ଘଟଣାରେ ଗୁରୁତର ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଆମ୍ବିଳିଝରୀ ଗ୍ରାମ ଅଙ୍ଗନୱାଡ଼ି ସମ୍ମୁଖ ରାସ୍ତାରେ ଆହତ ହୋଇ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ ଚୌଦ୍ୱାର ପୁଲିସ ଶନିବାର ଦିନ ୧୧ଟା ସମୟରେ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଥିବାବେଳେ ସଂଧ୍ୟାରେ ମେଡ଼ିକାଲରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ପୁଲିସ୍ ସୂଚନା ଦେଇଛି । ମୃତକ ଜଣକର ପରିଚୟ ମିଳିପାରି ନାହିଁ । ତାଙ୍କର ବୟସ  ୫୫ବର୍ଷ । ସେ ଏକ ଛିଟଲୁଙ୍ଗି, ଗଞ୍ଜି ପିନ୍ଧିଥିବା ଏବଂ ତାଙ୍କ ପାଖରେ ଏକ ଗାମୁଛା ପଡ଼ିଥିବା ଦେଖିବାକୁ ମିଳିଥିଲା । ମଙ୍ଗଳାବାଗ ଥାନାରେ ଏସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ଚିହ୍ନଟପାଇଁ ସଂରକ୍ଷିତ ରଖା ଯାଇଥିବା ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇ ମୃତକଙ୍କ ସମ୍ପର୍କରେ ଜାଣିଥିବା ବ୍ୟକ୍ତି ଚୌଦ୍ୱାର ଥାନାକୁ ଖବର ଦେବାପାଇଁ ଅନୁରୋଧ କରିଛନ୍ତି ।

Comments are closed.