ପିକ୍‍ଅପ୍‍ ଭ୍ୟାନ ଧକ୍କାରେ ୨ ଗୁରୁତର

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମୃଷୁଣ୍ଡି ଛକ ନିକଟରେ ଆଜି ଏକ ପିକପ ଭ୍ୟାନ ଧକ୍କାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାଇ, ମୃଷୁଣ୍ଡି ଗ୍ରାମର ସରୋଜ ରାଉତ(୩୬) ଓ ବିକ୍ରମ ପାଣ୍ଡେ(୧୭) ସରୋଣ୍ଡା ଗ୍ରାମରୁ କାମ ସାରି ଜାତୀୟ ରାଜପଥ କଡରେ ଥିବା ଏକ ନଳକୂଅରେ ଗାଧୋଇ ଠିଆ ହୋଇଥିବା ସମୟରେ ସୋନପୁର ପଟୁ ଆସୁଥିବା ଏକ ପିକପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଦୁର୍ଘଟଣା ଘଟାଇ ଫେରାର ହେବାବେଳେ ପୁରୁଣାକଟକ ପୋଲିସ ପକ୍ଷରୁ ଗାଡିକୁ ଅଟକ ରଖିଥିବା ଜଣାଯାଇଛି।

Comments are closed.