ପୁରୁଣା ରାଞ୍ଚି ରୋଡରେ ଦୁର୍ଘଟଣା; ବାଇକ୍ ଆରୋହୀ ଗୁରୁତର

ରେଙ୍ଗାଲି: ସିନ୍ଦୂରପଙ୍କ ଛକରୁ ପରମାଣପୁର ଦେଇ ବାମରାକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚି ରୋଡର ବାରଡୁଙ୍ଗୁରି ବନଦୁର୍ଗା ମନ୍ଦିର ପାଖରେ ଆଜି ରାତି ପ୍ରାୟ ୮ଟା ସମୟରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବାଇକ୍ ଚାଳକଙ୍କ ପରିଚୟ ଜଣାପଡିନାହିଁ। ଖବର ପାଇ ପରମାଣପୁର ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚି ଆହତ ଯୁବକକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଆହତ ଯୁବକଙ୍କ ବୟସ ପ୍ରାୟ ୨୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବାଇକ୍ ନମ୍ବର ଝାରସୁଗୁଡା ଜିଲ୍ଲାର ବୋଲି ଜଣାପଡିଛି।

Comments are closed.